୪ରେ ଅବସର ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି କଳ୍ପେସ ସତ୍ୟେନ୍ଦ୍ର ଝାଭେରୀ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି କଳ୍ପେସ ସତ୍ୟେନ୍ଦ୍ର ଝାଭେରୀ ଚଳିତମାସ ଚାରି ତାରିଖରେ ଅବସର ନେବେ। ଶନିବାର ଅଦାଲତ ଛୁଟିଥିବାରୁ ଜଷ୍ଟିସ ଝାଭେରୀ ଶୁକ୍ରବାର ନିଜର ଶେଷ କୋର୍ଟ କରିବେ। ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ପ୍ରାୟ ୧୬ମାସ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରୁଛନ୍ତି।
ଜଷ୍ଟିସ ଝାଭେରୀ ୨୦୦୪ ମାର୍ଚ୍ଚ ୭ ତାରିଖରେ ଗୁଜୁରାଟ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୦୫ ଜୁନ ୨୨ ତାରିଖରେ ସେଠାରେ ସ୍ଥାୟୀ ବିଚାରାପତିଭାବେ ନିଯୁକ୍ତି ପାଇଥିଲେ। ପରେ ୨୦୧୬ ଅଗଷ୍ଟ ୨୪ ତାରିଖରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଦକ୍ଷତାର ସହ କାର୍ଯ୍ୟକରି ସେ ୨୦୧୮ ଅଗଷ୍ଟ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଜଷ୍ଟିସ ଝାଭେରୀଙ୍କ ଅବସର ପରେ ବିଧିଅନୁସାରେ ଓଡ଼ିଶା ହାଇକୋର୍ଟର ବରିଷ୍ଠତମ ବିଚାରପତି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରୂପେ ଦାୟିତ୍ବ ତୁଲାଇବେ। ତେବେ ସ୍ଥାୟୀ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନାମ ସୁପାରିସ କରିବା ପରେ ଏହା ଉପରେ ବିଧିବଦ୍ଧ ଘୋଷଣା କରାଯିବ।

Comments are closed.