ଟମାଟୋ ଫ୍ଲୁ ନୁହେଁ ଏଚ୍‍ଏଫ୍‍ଏମ୍‍ଡି, ଦରକାର ନାହିଁ ଔଷଧ – ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡେସ୍କ: ଏଚ୍‍ଏଫ୍‍ଏମ୍‍ଡି ଟମାଟୋ ଫ୍ଲୁ ନୁହେଁ ତେଣୁ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହା ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଏହି ରୋଗକୁ ନେଇ ଆଇସିଏମ୍‍ଆର୍‍ ଓ ଏନ୍‍ସିଡିସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶାବଳୀ ଜାରି କରାଯାଇ ନାହିଁ। ତେଣୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ତେବେ ପ୍ରତିଷେଧକମୂଳକ ବ୍ୟବସ୍ତା ସ୍ୱରୂପ ସର୍ଭେଲାନ୍ସକୁ ଜୋରଦାର କରିବାକୁ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛି। ଏଚ୍‍ଏଫ୍‍ଏମ୍‍ଡି ପାଇଁ ସ୍ୱତନ୍ତ୍ର ଟୀକା କି ଔଷଧ ଦରକାର ନାହିଁ ତେଣୁ ଲକ୍ଷଣ ଅନୁଯାୟୀ ଔଷଧ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ସମୁଦାୟ ୩୫ତି ନମୁନା ମଧ୍ୟରୁ ୨୪ ଜଣ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରର। ଏହା କେବଳ ଯେଉଁ ଶିଶୁ ଦୁର୍ବଳ, ପୁଷ୍ଟିହୀନତା ଭଳି ରୋଗରେ ଆକ୍ରାନ୍ତ ସେମାନଙ୍କୁ ହେବାର ସମ୍ଭାବନା ଥାଏ। ଯଦି ଏହି ରୋଗୀ ସଂଖ୍ୟା ବୃଦ୍ଧି ପାଇବା ତେବେ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ ବୋଲି ସେ କହିଛନ୍ତି।

Comments are closed.