ଏଏସଓ ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାକୁ ନେଇ ଶୁକ୍ରବାର ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏଏସ୍ଓ ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ନାହିଁ। କୋର୍ଟଙ୍କ ବିନା ଅନୁମତିରେ ଓପିଏସସି ଫଳ ପ୍ରକାଶ କରିପାରିବ ନାହିଁ।
ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ଜବାବ ତଲବ କରିଛନ୍ତି। ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Comments are closed.