ଜାତୀୟ ସିନିୟର ହ୍ୟାଣ୍ଡବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଉତ୍ତର ପ୍ରଦେଶର କାନପୁରରେ ୪୮ତମ ଜାତୀୟ ସିନିୟର ହ୍ୟାଣ୍ଡବଲ ଚମ୍ପିଆନସିପ୍‌ ଚଳିତ ଫେବୃଆରୀ ୧୮ରୁ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନ ପକ୍ଷରୁ ୧୮ଜଣିଆ ପୁରୁଷ ଦଳ ମନୋନୟନ କରାଯାଇଛି। ଖେଳାଳି ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି ବୋଲି ଓଡ଼ିଶା ହ୍ୟାଣ୍ଡବଲ ଆସୋସିଏସନ ଯୁଗ୍ମ ସମ୍ପାଦକ ଯଶୋବନ୍ତ ପରମଗୁରୁ ସୂଚନା ଦେଇଛନ୍ତି। ଓଡ଼ିଶା ହ୍ୟାଣ୍ଡବଲ ଆସୋସିଏସନ ଉପସଭାପତି ରମେଶ ପୃଷ୍ଟି, ସଦସ୍ୟ ଅନ୍ନବ ସିହ୍ନା, ସମ୍ପାଦକ ବୀରେନ୍‌ ବେହେରା ଖେଳାଳିଙ୍କ ସଫଳତା କାମନା କରିଛନ୍ତି।

ଖେଳାଳି: ସେକ୍‌ ଆସଫ୍ ଅଲୀ, ସଞ୍ଜୟ ସିଂହ, ବିଶ୍ବନାଥ ବିଶ୍ବାଳ, ଦିବ୍ୟରଞ୍ଜନ ପାତ୍ର, ଅନୀଲ କୁମାର ଜେନା, ବିକାଶ ସେଠୀ, ନିହାର ରଞ୍ଜନ ଜେନା, ରଶ୍ମିରଞ୍ଜନ ପାଣିଗ୍ରାହୀ, ଆରଧି ରାଜଶେଖର, ଅନ୍ନପୂର୍ଣ୍ଣା ରାୟ, ବଟକୃଷ୍ଣ ବିଶ୍ବାଳ, ବିକାଶ କୁମାର ସାମଲ, ବିକାଶ ସାହୁ, ନିତ୍ୟାନନ୍ଦ ମାଝି, ବିଶ୍ବଜିତ ମହାପାତ୍ର, ଅର୍ଜୁନ ମହାନ୍ତି। ପ୍ରଶିକ୍ଷକ: ସତ୍ୟବ୍ରତ ବିଶ୍ବାଳ, ସି.ଏସ୍‌. ବେହେରା।

Comments are closed.