ପ୍ରବାସୀ ଓଡ଼ିଆଙ୍କୁ ଅନ୍ୟ ରାଜ୍ୟରୁ ଫେରାଇ ଆଣିବା ବାବାଦରେ ଇଷ୍ଟକୋଷ୍ଟ ରେଲୱେକୁ ସାଢେ ୫ କୋଟି ଟଙ୍କା ଦେବ ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ଅର୍ଥ

ଭୁବନେଶ୍ଵର : ଲକ୍ ଡାଉନ ଯୋଗୁ ଅନ୍ୟରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ବାବାଦରେ ଇଷ୍ଟକୋଷ୍ଟ ରେଲୱେକୁ ସାଢେ ୫ କୋଟି ଟଙ୍କା ଦେୟ ଦେବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ଇଷ୍ଟକୋଷ୍ଟ ରେଲୱେକୁ ଦିଆଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ଲକ୍ ଡାଉନ ଘୋଷଣା କରାଯାଇଥିଲା । ଏହି ସମୟରେ କାମ ନପାଇ ବିଭିନ୍ନ ରାଜ୍ୟରେ ହଜାର ହଜାର ପ୍ରବାସୀ ଓଡିଆ ଫଶି ରହିଥିଲେ । ଏମାନଙ୍କୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଲୋଚନା ପରେ ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି । ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଚାଲୁଥିବା ଶ୍ରମିକ ସ୍ପେଶାଲ ଟ୍ରେନର ଯାତାୟତ ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାର ୮୫ ପ୍ରତିଶତ ଏବଂ ରାଜ୍ୟ ସରକାର ୧୫ ପ୍ରତିଶତ ଅର୍ଥ ଭରଣା କରିବେ । ଏହି କ୍ରମରେ ଓଡିଶା ତାର ଅଂଶ ସାଢେ ୫ କୋଟି ଟଙ୍କା ଇଷ୍ଟକୋଷ୍ଟ ରେଲୱେକୁ ଦେଇଛି ।

Comments are closed.