କରୋନା ମୁକାବିଲା – ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ଦେବେ ରାଜ୍ୟ ସରକାର

ସମାଜ ପୋର୍ଟାଲ ଡେସ୍କ: କରୋନା ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଏହାର ସଠିକ ମୁକାବିଲା ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ ଆଗାମୀ ଜୁନ ୩୦ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଆବଶ୍ୟକ ଅନୁଯାୟୀ ଚୁକ୍ତି ମୀଆଦ ବୃଦ୍ଧି କରାଯିବ ବୋଲି ବିଭାଗ କହିଛି। ବିଶେଷକରି ଅବସର ଗ୍ରହଣ କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଲୋକ ମାନେ ମଧ୍ୟ ଆବେଦନ କରି ପାରିବୋ

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଏହି ଚୁକ୍ତିଭିତ୍ତିକ ପଦବୀ ପାଇଁ ଇଚ୍ଛୁକ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ କର୍ମଚାରୀମାନେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ବେବସାଇଟକୁ ଯାଇ ସେଠାରେ ଦିଆଯାଇଥିବା ଫର୍ମାଟରେ ଆବେଦନ କରି ପାରିବେ କିମ୍ବା ସେମାନେ ନିଜର ସିଡିଏମ ଓ ପିଏଚଓ ଅଫିସରେ ଆବେଦନ କରି ପାରିବେ। ଆବେଦନ ପତ୍ରରେ ପ୍ରାର୍ଥୀମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ବୟସ, ଓଡିଶା ମେଡିକାଲ କାଉନସିଲ ରେଜିଷ୍ଟ୍ରେସନ ଓ ଫଟୋଗ୍ରାଫ ସହ ସିଡିଏମ ଓ ପିଏଚଓଙ୍କୁ ଇ-ମେଲ କରି ପାରିବେ ବୋଲି କୁହାଯାଇଛି।

Comments are closed.