କରୋନା ଡର : ରାଜଧାନୀରେ ପଶିପାରିବେନି ବାହାର ଜିଲାର ଚାକିରିଆ

ଭୁବନେଶ୍ବର : କରୋନା ଏବେ ରାଜ୍ୟରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଯାହାଫଳରେ କଟକ-ଭୁବନେଶ୍ବର ​ ଦ୍ଵୈତନଗରୀ ଅଞ୍ଚଳକୁ ବାଦ୍ ଦେଇ ଅନ୍ୟ ପଡୋଶୀ ଜିଲାର ସରକାରୀ କର୍ମଚାରୀ ରାଜଧାନୀ ଭିତରକୁ ପଶି ପାରିବେ ନାହିଁ ବୋଲି ଗୃହ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି।

ଏ ସଂକ୍ରାନ୍ତରେ ଗୃହବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଆଜି ଜାରି କରିଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ ସଂପ୍ରତି ରାଜ୍ୟରେ କରୋନା ମହାମାରୀ ଦ୍ରୁତ୍ ଗତିରେ ବଢ଼ି ଚାଲିଛି। ଏହାକୁ ଦୃ​‌ଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ କଟକ ଏବଂ ଖୋର୍ଦ୍ଧା ଗ୍ରାମାଞ୍ଚଳର କର୍ମଚାରୀ ମଧ୍ୟ ଭୁବନେଶ୍ବର ଭିତରକୁ ପଶି ପାରିବେ ନାହିଁ। ଏହି ନିୟମ ଜୁଲାଇ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶ୍ରୀ ଚୋପ୍ରା ସବୁ ଜିଲାପାଳ, ବିଏମସି କମିସନରଙ୍କ ସହ ଆରଡିସିମାନଙ୍କୁ ଅବଗତ କରାଇଛନ୍ତି।

Comments are closed.