ପୁନଃ ଅବସ୍ଥାପିତ ହେଲେ ଡାକ୍ତର ପଙ୍କଜ ପଟେଲ୍‍

ଭୁବନେଶ୍ବର :  ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ର ଭାରତପ୍ରାପ୍ତ ସିଡିଏମ୍‍ଓ ଡାକ୍ତର ପଙ୍କଜ ପଟେଲ୍‍ଙ୍କୁ ପୁନଃ ଅବସ୍ଥାପିତ
କରାଯାଇଛି। ଡାକ୍ତର ପଙ୍କଜ ପଟେଲ୍‍ଙ୍କ ଉପରୁ ସରକାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି । ତାଙ୍କୁ
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିନିୟର୍‍ କନ୍‍ସଲ୍‍ଟାଣ୍ଟ୍‍ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ପଙ୍କଜ କୁମାର ପଟେଲ୍‍ଙ୍କୁ ରାଜ୍ୟ ସରକାର କାର୍ଯ୍ୟରେ ଅବହେଳା ଅଭିଯୋଗରେ
ନିଲମ୍ବନ କରିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିୟାନ ସୁନ୍ଦରଗଡ଼ ଗସ୍ତ ଅବସରରେ ତାଙ୍କୁ ନିଲମ୍ବନ କରାଯାଇଥିଲା।

Comments are closed.