ରାଜ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ

ଭୁବନେଶ୍ଵର: ସାରା ଦେଶ ସମେତ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀର ୨ୟ ତରଙ୍ଗକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଲୋକେ ସଚେତନ ହେଉଥିବା ଦେଖିବାକୁ ମିଳୁନାହିଁ। ତେଣୁ ରାଜ୍ୟ ସରକାର କର୍ଫ୍ୟୁ ଲାଗୁ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ରବିବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ନେଇ ସଙ୍କେତ ମଧ୍ୟ ଦେଇଛନ୍ତି।
କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି କହିଛନ୍ତି, ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ। କରୋନା ସଂକ୍ରମଣ ବଢୁଥିବାରୁ ଆଗାମୀ ୪/୫ ଦିନ ଭିତରେ କର୍ଫ୍ୟୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ଅନୁଧ୍ୟାନ କରୁଛନ୍ତି। କରୋନାକୁ ନେଇ ସମସ୍ତେ ସଚେତନ ହେବା ଦରକାର ବୋଲି ବାଚସ୍ପତି କହିଛନ୍ତି।