ଆଇଏଏସ୍‌ ସ୍ତରରେ ଅଦଳବଦଳ : ବଦଳିଲେ ୫ ଜିଲାପାଳ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିନାମା ଅନୁଯାୟୀ ୫ଜିଲାର ଜିଲାପାଳଙ୍କ ବଦଳି କରାଯାଇଥିବାବେଳେ ବିଏମସି କମିଶନର ଓ ପର୍ଯ୍ୟଟନ ବିଭାଗର ନିର୍ଦେଶକ ପଦରେ ନୂଆ ନିଯୁକ୍ତି ମିଳିଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ନୂତନ ନିଯୁକ୍ତି ମିଳିଥିବାବେଳେ ଝାରସୁଗୁଡା ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି।
ସେହିପରି ଜଗତସିଂହପୁର ଜିଲାପାଳ ଯାମିନୀ ଷଡଙ୍ଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ତାଙ୍କ ସ୍ଥାନରେ ରାୟଗଡା
ଜିଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ନିଯୁକ୍ତି ମିଳିଛି। ସମ୍ବଲପୁର ଜିଲାପାଳ ସମର୍ଥା ବର୍ମାଙ୍କୁ ବିଏମସି କମିଶନର ଭାବେ ନୂତନ ନିଯୁକ୍ତି ଦିଆଯାଇଥିବାବେଳେ ଶୁଭମ ସକ୍ସେନାଙ୍କୁ ସମ୍ବଲପୁର ଜିଲାପାଳ ଭାବେ, ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡା ଜିଲାପାଳ ଭାବେ, ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡା ଜିଲାପାଳ ଏବଂ ବିଡ଼ିଏ ସଚିବ ମନୋଜ କୁମାର ମହାନ୍ତିଙ୍କୁ ଅନୁଗୋଳ ଜିଲାପାଳ ଭାବେ ନବ ନିଯୁକ୍ତି ଦିଆଯାଇଛି।

Leave A Reply