ସରକାର ଗଠନକଲେ ଓବିସି କମିଶନ : ଜଷ୍ଟିସ ରଘୁନାଥ ବିଶ୍ବାଳ ଅଧ୍ୟକ୍ଷ

ଭୁବନେଶ୍ବର : ରାଜ୍ୟ ସରକାର ବୁଧବାର ଓବିସି କମିଶନ ଗଠନ କରିଛନ୍ତି। ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ଓବିସି କମିଶନର ଅଧ୍ୟକ୍ଷ ଭବେ ନୁଯୁକ୍ତ କରାଯାଇଛି। ଅଧ୍ୟକ୍ଷଙ୍କ ସହ ୩ଜଣ ସଦସ୍ୟ ଓ ଜଣେ ସଦସ୍ୟ ସଚିବଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି। ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ର କମିଶନର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ କମିଶନଙ୍କ ସଦସ୍ୟ ସଚିବଭାବେ ନିଯୁକ୍ତ କରାଯାଇଛି।

Comments are closed.