ବାଣୀବିହାର ଘଟଣାରେ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ପାଠାଗାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ କୁମାର ବାରିକ(୩୮)ଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ଅଗ୍ନିଶମ ବିଭାଗର ଚିଫ୍‌ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ଡେପୁଟି ଅଗ୍ନିଶମ ଅଧିକାରୀ ରମେଶ ମାଝି ଏବଂ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ଅଗ୍ନିଶମ ଅଧିକାରୀଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି।

ଆଜି ଦୀର୍ଘ ୫ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ସୁବୋଧଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

Comments are closed.