କମୁଛି ମାଓ ଗତିବିଧି: ମାଓପ୍ରବଣ ଜିଲା ତାଲିକାରୁ ବାଦ ପଡ଼ିଲା ରାଜ୍ୟର ୫ ଜିଲା

କଟକ : ମାଓପ୍ରବଣ ଜିଲା ତାଲିକାରୁ ରାଜ୍ୟର ୫ ଜିଲା ବାଦ୍ ପଡିଛି। ରାଜ୍ୟର ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ ମାଓପ୍ରବଣ ଜିଲା ତାଲିକାରୁ ବାଦ୍ ପଡିଥିବା ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମୁଛି । ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ପ୍ରଭାବିତ ଏସଆରଇ ଜିଲା ତାଲିକାରୁ ପାଞ୍ଚଟି ଜିଲାକୁ ବାଦ ଦେଇଛନ୍ତି ରାଜ୍ୟ ସରକାର ।


ରାଜ୍ୟରୁ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଉଥିବା କାରଣରୁ ରାଜ୍ୟ ସରକାର ୫ ଜିଲାକୁ ମାଓପ୍ରବଣ ଜିଲା ତାଲିକାରୁ ବାଦ୍ ଦେଇଛନ୍ତି। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି। ସେସବୁ ଜିଲାରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ରହିଛି । ପୂରା ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି ଟ୍ବିଟରେ ଲେଖିଛନ୍ତି।

Comments are closed.