ରାସନକାର୍ଡଧାରୀଙ୍କୁ ମିଳିବ ଏକ ହଜାର ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାସନକାର୍ଡଧାରୀଙ୍କୁ ମିଳିବ କୋଭିଡ୍ ସହାୟତା । ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ ହଜାର ଟଙ୍କା ଯିବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ୍ ସହାୟତା ମିଳିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ରାଜ୍ୟର ୯୩ ପ୍ରତିଶତ ପରିବାରର ୩କୋଟି ୫୦ ଲକ୍ଷ ରାସନକାର୍ଡଧାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ । ସମସ୍ତ ୩୦ଟି ଜିଲ୍ଲାର NFSA ଓ SFSS ହିତାଧିକାରୀ ଟଙ୍କା ପାଇବେ । କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି । ଏଥି ପାଇଁ BSKY କାର୍ଡକୁ ପ୍ରାଥମିକ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ।

Comments are closed.