କରୋନା ପାଇଁ ୪ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଚାଲିଥିବା କରୋନା ଭାଇରସ ପାଇଁ ରାଜ୍ୟ ସରକାର ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି। କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ୪ ଜଣ ଆଇଏଏସ ଅଫିସରଙ୍କୁ ଓଏସଡ଼ି ଭାବେ ନିଯୁକ୍ତ କରାଯାଇଛି। ଆଇଏଏସ ସୋମେଶ ଉପାଧ୍ୟାୟ, ପି.ଅନ୍ୱେଷା ରେଡ୍ଡି, ପାଟିଲ ଆଶିଷ ଈଶ୍ୱର ଓ ଦିବାକର ଟି.ଏସଙ୍କୁ ଓଏସଡ଼ି ଭାବେ ନିଯୁକ୍ତି ମିଳିଛି । ଜୁନ ଶେଷ ଯାଏଁ ଏହି ୪ ଅଫିସର ବିଭାଗୀୟ ଦାୟିତ୍ୱ ସହ ଅତିରିକ୍ତ ଭାବେ କରୋନା ମୁକାବିଲା ଦାୟିତ୍ୱରେ ରହିବେ।

ସୂଚନାଯୋଗ୍ୟ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିବା ବେଳେ କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Comments are closed.