ଚମ୍ପିଆନ୍ ଓଡ଼ିଶା ସବ୍‌ଜୁନିୟର ଫୁଟବଲ ଦଳକୁ ଭବ୍ୟ ସମ୍ବର୍ଦ୍ଧନା

0

କଟକ : ଅରୁଣାଚଳ ପ୍ରଦେଶରେ ଆୟୋଜିତ ଜାତୀୟ ସବ୍‌ଜୁନିୟର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଥିବା ଓଡ଼ିଶା ଦଳର ଖେଳାଳିଙ୍କୁ ଫୁଟବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ) ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଜାତୀୟସ୍ତରର କୌଣସି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ନିମନ୍ତେ ଚମ୍ପିଆନ ହୋଇଥିବା ଓଡ଼ିଶା ଦଳ କଟକ ରେଳଷ୍ଟେସନରେ ପହଞ୍ଚିବା ପରେ ଫାଓ ତରଫରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା। ଶୋଭାଯାତ୍ରା ସହର ବିଭିନ୍ନ ଅଞ୍ଚଳ ଦେଇ ଯିବା ସମୟରେ​‌ ଖେଳାଳିଙ୍କୁ ଅଞ୍ଚଳବାସୀ ସ୍ବାଗତ ଜଣାଇଥିଲେ। ସେହିପରି ରୟାଲ କ୍ଲବ, ଉଦୟ କ୍ଲବ, କିଶୋର କ୍ଲବ, କ୍ଲବ ଆଣ୍ଡ କ୍ଲବ ଓ ସାଇ ତରଫରୁ ଖେଳାଳି ଓ ପ୍ରଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଶୋଭାଯାତ୍ରା ବାରବାଟୀ ଷ୍ଟାଡ଼ିୟମରେ ଶେଷ ହୋଇଥିଲା। ଫାଓ ଉପସଭାପତି ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ସଙ୍ଗୀତା ଶର୍ମା, ଅଭିଜିତ୍‌ ପଲ୍‌, ରୟାଲ୍ କ୍ଲବର ବିଷ୍ଣୁଚରଣ ରାଉତ, ଉଦୟ କ୍ଲବର ନରେନ୍ଦ୍ର କୁମାର ସାହୁ ଓ ଅମରେନ୍ଦ୍ର ସାହୁ, କିଶୋର କ୍ଲବର ସମ୍ପାଦକ ନୃସିଂହ ଚରଣ ଚୌଧୁରୀ, କ୍ଲବ ଆଣ୍ଡ କ୍ଲବର ସମ୍ପାଦକ ତଥା ଫାଓ ଉପସଭାପତି ଦିଲ୍ଲୀପ କୁମାର ସାହୁ, ୱାଇଭିସିଜିର ସମ୍ପାଦକ ନଳିନୀକାନ୍ତ ମହାନ୍ତି, ଆଜାଦ୍‌ ହିନ୍ଦ୍‌ କ୍ଲବର ବିପିନ ବେହେରା, ଗୋପବନ୍ଧୁ ସାହୁ, ଅମରେନ୍ଦ୍ର ସିଂହ, ମାନସ ସାମଲ, ସହଦେବ ରାଉତ, ନିପେନ୍ଦ୍ର କୁମାର ଦାସ, ହୃଷିକେଶ ବେହେରା, ଗୌତମ ଦାସ, ବିବେକାନନ୍ଦ ପାତ୍ର ଓ ଗୀତାଞ୍ଜଳି ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply