ମହାନଦୀରେ ଆସୁଛି ମଧ୍ୟମ ଧରଣ ବନ୍ୟା: ଏସଆରସି

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରିବା ପରେ ଗଣମାଧ୍ୟମ ଅଗରେ ଏସଆରସି ପ୍ରତିକ୍ରିୟା ରଖିଛନ୍ତି । ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସୁଛି ବୋଲି କହିଛନ୍ତି ଏସଆରସି । ତାହା ସହ କାଲି ସଂଧ୍ୟା ସୁଦ୍ଧା ବନ୍ୟା ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କରିବ । ମୁଣ୍ଡୁଳି ଦେଇ ୧୦ରୁ ସଢ଼େ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଖଇରମାଳରେ ଏବେ ୯.୫୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆହୁରି ଜଳସ୍ତର ବୃଦ୍ଧସି ପାଇବ ବୋଲି ଅନୁମାନ କରାଯାଉଛି ବୋଲି ଏସଆସି କହିଛନ୍ତି ।

ଏଥି ସହିତ ସେ ଆହୁରି କହିଛନ୍ତି କି, ବର୍ତ୍ତମାନ ହୀରାକୁଦରେ ୩୪ଟି ଗେଟ୍‌ ଖୋଲା ରହିଛି । ଆଗକୁ ଆଉ ଗେଟ୍‌ ଖୋଲାଯିବ ନାହିଁ ବୋଲି ଏସଆରସି କହିଛନ୍ତି । ୨୦୧୯ରେ ଅଗଷ୍ଟରେ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର କିଛି ଅଂଶ ପ୍ରଭାବିତ ହେବ ବୋଲି କହିଛନ୍ତି ଏସଆରସି । ତାହା ସହ ଦକ୍ଷିଣରେ ବନ୍ୟା ସ୍ଥିତି ନାହିଁ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ସୂଚନା ଥାଉ କି  ଆଜି ଦିନ ସାଢ଼େ ୧୧ଟାରେ ସମ୍ଭାବ୍ୟ ବନ୍ୟାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଏସଆରସି ଆଲୋଚନା କରିଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଲୋଚନାରେ ଜଳସମ୍ପଦ, ଅଗ୍ନିଶମ ଓ ଓଡ୍ରାଫ୍‌ ଅଧିକାରୀ ମାନେ ସାମିଲ ହୋଇଥିଲେ । ରାଜ୍ୟରେ ଲଗାଣ ବାର୍ଷା ଯୋଗୁ ସ୍ଥିତି ସଂଗୀନ ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ମଧ୍ୟ ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିବାରୁ ଆଗୁ ବନ୍ୟା ହେବାନେଇ ଆଶଙ୍କା କରାଯାଉଛି ।

Comments are closed.