ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୭୭%  ମତଦାନ ; ପୁରୁଷଙ୍କ ଠାରୁ ଆଗରେ ମହିଳା ଭୋଟର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିରେ ୭୩.୭୭ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ଭୋଟ ଦେଇଛନ୍ତି । ୭୩.୦୯ ପ୍ରତିଶତ ପୁରୁଷ ଭୋଟର ରହିଥିବା ବେଳେ ୭୪.୪୩ ପ୍ରତିଶତ ମହିଳା ଭୋଟର ରହିଛନ୍ତି । କଳାହାଣ୍ଡିରେ ୭୫.୮୨ ପ୍ରତିଶତ, ନବରଙ୍ଗପୁରେ ୭୮.୮୯ ପ୍ରତିଶତ, ବ୍ରହ୍ମପୁରରେ ୬୫.୫୭ ପ୍ରତିଶତ ଏବଂ କୋରାପୁଟରେ ୭୪.୭୭ ପ୍ରତିଶତ ମତଦାନ ହୋଇଛି । କୋଟପାଡ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮୬.୮୩ ପ୍ରତିଶତ ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୫୬.୩୪ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୁଇଟି ବୁଥରେ ସାନି ମତଦାନ ପାଇଁ ଭାରତୀୟ ନିର୍ବାଚନ ଅୟୋଗକୁ ସୁପାରିଶ କରାଯାଇଛି । ମାଲକାନଗିରି ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ବୁଥ୍ ପାଇଁ ସୁପାରିଶ ହୋଇଛି । ଗୋଟିଏ ବୁଥରେ ଇଭିଏମ୍ ଫିଙ୍ଗି ଦିଆଯାଇଥିବା ବେଳେ ଅନ୍ୟ ଏକ ବୁଥରେ କିଛି ତ୍ରୁଟି ଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିଲା ବୋଲି ସୂଚନା ମିଳିଥିଲା । ଅନେକ ବୁଥରେ ରାତି ୯ଟା ପର୍ଯ୍ୟନ୍ତ ମଧ୍ୟ ମତଦାନ ଜାରି ରହିଥିଲା ।

Comments are closed.