ପାଠ ଛାଡ଼ୁଛନ୍ତି ଉପାନ୍ତ ଅଞ୍ଚଳ ଛାତ୍ରଛାତ୍ରୀ, ୪୦ଟି ସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ

ଡେସ୍କ: ଆସନ୍ତା ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଏକାଦଶ ପାଠପଢ଼ା ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି ଯେ ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବ। ବିଶେଷ ଭାବେ ଉପାନ୍ତ ଅଂଚଳରେ ଛାତ୍ରଛାତ୍ରୀମାନେ ଅଧିକ ଦୂରରେ ଶିକ୍ଷାୟତନ ଥିବାରୁ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଏ ନେଇ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି।

Comments are closed.