ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରୀ, ପାଟଣା ଥାନା ଅଧିକାରିଣୀ ସଂନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କଲେ ଡିଜିପି

କେନ୍ଦୁଝରଗଡ/ପାଟଣା : ପାଟଣା ଥାନାରେ ଗୋଇଠା ସହ ଲାଠିରେ ନିର୍ମମ ମାଡ ମାରିବା ଘଟଣାରେ ପାଟଣା ଥାନାଧିକାରୀଙ୍କୁ ଚାକିରୀରୁ ନିଲମ୍ବିତ କଲେ ଓଡ଼ିଆ ପୋଲିସ ମହାନିର୍ଦ୍ଦେଶକ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ ଓରଫ ରାଜୁ ମହନ୍ତ ନାମକ ଜଣେ ଯୁବକଙ୍କୁ ଜମିଜମା ଗଣ୍ଡଗୋଳ ମାମଲାରେ ପୁଲିସ ଥାନାକୁ ଆଣି ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ତାଙ୍କୁ ଥାନା ଭିତରେ ନିସ୍ତୁକ ପିଟିବା ସହ ଗୋଇଠା ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଘଟଣା କୁ ନେଇ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଥିଲେ।


ଏହି ଘଟଣା ସମ୍ପର୍କରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପୁଲିସ ଡ଼ିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର ଆୟୋଗ । ଏହା ସହ ରାଜ୍ୟ ମାନବାଧିକାର କମିଶନ ଘଟଣାକୁ ଗୁରୁତର ସହ ନେଇ କେନ୍ଦୁଝର ଏସ୍‌ପି ଓ ପାଟଣା ଆଇଆଇସିଙ୍କୁ ଜବାବ ତଲବ କରିଥିଲେ । ତେବେ ଆଜି ପୋଲିସ ଡିଜି ଘଟଣା କୁ ଗୁରୁତର ସହ ନେଇ ପାଟଣା ଥାନା ଅଧିକାରିଣୀ ସଂନ୍ଧ୍ୟାରାଣୀ ଜେନାଙ୍କୁ ଚାକିରୀ ରୁ ନିଲମ୍ବିତ କରିଥିବା ଟ୍ବିଟ୍ କରି ଜଣାଇଛନ୍ତି ।

Comments are closed.