ରାଜ୍ୟରେ କରୋନା ନେଲା ଆଉ ୨ଜୀବନ ; ମୋଟ ମୃତ୍ୟୁଙ୍କ ସଂଖ୍ୟା ୧୪

ଭୁବନେଶ୍ଵର: ରାଜ୍ୟରେ ରବିବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛ। ୨ଜଣ ମୃତ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ବରଗଡ଼ର ଜଣେ ୭୬ ବର୍ଷୀୟ ପୁରୁଷ ଓ ଗଞ୍ଜାମର ୪୯ ବର୍ଷୀୟ ପୁରୁଷ ରହିଛନ୍ତି । ଉଭଯଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥିସହ କେବଳ ଗଞ୍ଜାମ ଜିଲାର ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ଜଣେ ମଧୁମେହ ଓ ଅନ୍ୟ ଜଣେ ଫୁସଫୁସ ଜନିତ ରୋଗରେ ପୀଡିତ ଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । 

ସୂଚନା ଅନୁଯାୟୀ, ଓଡ଼ିଶାରେ  ଆକ୍ରାନ୍ତଙ୍କ ସଂଖ୍ୟା  ୫ ହଜାର ଟପିଛି ।  ଏଯାବତ ୨ ଲକ୍ଷ ୨୪ ହଜାର ୪୦୧ଟି ନମୁନା ମଧ୍ୟରୁ ୫୧୬୦ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳ  ୩୫୩୪ ସୁସ୍ଥ ହୋଇଛନ୍ତି ।  ୧୬୦୭ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି । ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି ।

Comments are closed.