ରାଜ୍ୟରେ ଟିକା ନେଲେଣି ୩ କୋଟି ୫୬ ଲକ୍ଷ ୯ ହଜାର ୬୩୦

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୧୭୪୮ଟି କେନ୍ଦ୍ରରେ ୨ ଲକ୍ଷ ୫୪ହଜାର ୩୬୦ ହିତାଧିକାରୀ ଟିକା ନେଇଛନ୍ତି। ରାଜ୍ୟର ଟିକାକରଣ ସଂଖ୍ୟା ୩ କୋଟି ୫୬ ଲକ୍ଷ ୯ ହଜାର ୬୩୦ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୨ କୋଟି ୪୯ ଲକ୍ଷ ୮୫ ହଜାର ୯୬୮ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୬ ଲକ୍ଷ ୨୩ ହଜାର ୬୬୨ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ୨ ଲକ୍ଷ ୪୧ ହଜାର ୫୧୫ ଜଣ ଗର୍ଭବତୀ ଟିକା ନେଇଛନ୍ତି।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୧ କୋଟି ୮୦ ଲକ୍ଷ ୧୩ ହଜାର ୩୨୪ ଜଣ ପୁରୁଷ ଓ ୧ କୋଟି ୭୫ ଲକ୍ଷ ୮୮ ହଜାର ୭୮ ଜଣ ମହିଳା ଏହି ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩ କୋଟି ୧୧ ଲକ୍ଷ ୬୪ ହଜାର ୭୫୩ ଜଣ କୋଭିସୀଲଡ଼ ଏବଂ ୪୪ ଲକ୍ଷ ୩୯ ହଜାର ୨୬ ଜଣ କୋଭାକସିନ ଟିକା ନେଇଛନ୍ତି। ସେହିପରି ୧୮-୪୪ ବୟସ ବର୍ଗରେ ୧ କୋଟି ୯୨ ଲକ୍ଷ ୫ ହଜାର ୩୦୫ ଜଣ, ୪୫-୬୦ ବୟସ ବର୍ଗରେ ୯୯ ଲକ୍ଷ ୭୮ ହଜାର ୪୫୨ ଓ ୬୦ରୁ ଉର୍ଦ୍ଧ୍ବ ବୟସର ୬୪ ଲକ୍ଷ ୨୫ ହଜାର ୮୭୩ ଜଣ ଟିକା ନେଇଛନ୍ତି।

ଗଂଜାମ ଜିଲ୍ଲାରେ ସର୍ବାଧିକ ୨୧ ଲକ୍ଷ ୮୭ ହଜାର ୭୯୨ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧୫ ଲକ୍ଷ ୮୪ ହଜାର ୯୮୮ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୨ ଲକ୍ଷ ୨୨ ହଜାର ୨୭୯ ଜଣ ପ୍ରଥମ ଓ ୫୮ ହଜାର ୯୪୭ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି।

Comments are closed.