ଦିନକରେ ୩.୫ ଲକ୍ଷରୁ ଊର୍ଦ୍ଧ୍ବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଶନିବାର ୩ ଲକ୍ଷ ୬୭ ହଜାର ୧୦୮ ଜଣଙ୍କୁ ଟିକାପ୍ରଦାନ କରାଯାଇଛି। ସର୍ବାଧିକ ୧ ଲକ୍ଷ ୯୨ ହଜାର ୧୭୧ ଜଣ ୧୮-୪୪ ବର୍ଷୀୟଙ୍କୁ ପ୍ରଥମ ପାନ ଟିକା ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ଏହି ବର୍ଗର ୧ କୋଟି ୨୯ଲକ୍ଷ ୪ ହଜାର ୯୯୮ ଜଣଙ୍କୁ ଦ୍ବିତୀୟ ପାନ ଟିକା ପ୍ରଦାନ କରାଯାଇସାରିଲାଣି। ସେହିପରି ୩୫୧୯ ଜଣ ଗର୍ଭବତୀଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ରାଜ୍ୟରେ ଏମାନଙ୍କ ମୋଟ ସଂଖ୍ୟା ୧ ଲକ୍ଷ ୧୪ ହଜାର ୫୧ ରେ ପହଞ୍ଚିଛି। ଆଜି ଗଞ୍ଜାମ(୭), ନୟାଗଡ଼(୨), ପୁରୀ(୬୧), ରାୟଗଡ଼ା(୮), ସୁନ୍ଦରଗଡ଼(୩୦) ଏବଂ ଭୁବନେଶ୍ବର(୩୦)ର ୧୩୮ଟି କେନ୍ଦ୍ରରେ ଟିକା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପାଖରେ ଏଥିପାଇଁ ୨୫ ଲକ୍ଷ ୬୯ ହଜାର କୋଭିସିଲ୍ଡ ଓ ୨ ଲକ୍ଷ ୭୭ ହଜାର ୧୩୦ କୋଭାକ୍ସିନ ଟିକା ମହଜୁଦ ଅଛି।

Comments are closed.