ଗୋଟିଏ ଦିନରେ ୨୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୫୯ ମୃତ

ଆଜି ରାଜ୍ୟରେ ୨ ହଜାର ୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪୯୫ ଓ ସ୍ଥାନୀୟ ଅଂଚଳରୁ ୧୧୦୭ ଥିବା ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୨୯୭୮୮କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ଥିବାବେଳେ କଟକରୁ ୩୯୭, ଯାଜପୁରରୁ ୧୮୩, ପୁରୀରୁ ୧୭୪, ବାଲେଶ୍ୱରରୁ ୧୬୪, ମୟୁରଭଞ୍ଜରୁ ୧୪୧ ଓ ଷ୍ଟେଟ ପୁଲରୁ ୧୦୧ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୯୯, ଭଦ୍ରକରୁ ୯୫, ଢେଙ୍କାନାଳରୁ ୯୩, ଜଗତସିଂହପୁରରୁ ୯୧, କେନ୍ଦୁଝରରୁ ୭୨, ସୁନ୍ଦରଗଡ଼ରୁ ୬୪, ନୟାଗଡ଼ରୁ ୬୨ ଓ କେନ୍ଦ୍ରାପଡାରୁ ୫୯ ଜଣ ଅଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ଆଜି କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ୫୯ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୦, ବରଗଡ଼ରୁ, ପୁରୀ ଓ ଢେଙ୍କାନାଳରୁ ୫ ଜଣ ଲେଖାଏଁ, ନୟାଗଡ଼, ରାୟଗଡା, ସୁନ୍ଦରଗଡ଼ ଓ ଗଂଜାମରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡା, ନବରଙ୍ଗପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ଯାଜପୁର, ମୟୁରଭଞ୍ଜ ଓ କଟକରୁ ୨ଜଣ ଲେଖାଏଁ ଏବଂ କୋରାପୁଟ, ଜଗତସିଂହପୁର ଓ ଅନୁଗୁଳରୁ ଜଣେ ଲେଖାଏଁ ଅଛନ୍ତି।

ଏବେ ରାଜ୍ୟରେ ୯୨୯୭୮୮ ସଂକ୍ରମିତ ଥିବାବେଳେ, ୪୩୫୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୮୯୭୩୬୨ ଜଣ ସୁସ୍ଥ ହୋଇଛନ୍ତି। ବିଭିନ୍ନ କୋଭିଡ ହସ୍ପିଟାଲରେ ୨୮୦୧୫ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Comments are closed.