ରାଜ୍ୟରେ ୭୪୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୯୫୯

ରାଜ୍ୟରେ ଆଜି ୭ ହଜାର ୪୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୦୬, ସ୍ଥାନୀୟ ଅଂଚଳରୁ ୩୧୨୦, ୧୮ ବର୍ଷ ମଧ୍ୟରେ ୮୬୭ ଓ ଷ୍ଟେଟପୁଲରୁ ୩୯୧ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯୫୯ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୭୭୮, କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ନୟାଗଡ଼ରୁ ୨୪୫ ଏବଂ ସୋନପୁରରୁ ୨୧୨ ଜଣ ଅଛନ୍ତି।

ସେହିପରି ବଲାଙ୍ଗୀରରୁ ୨୦୭, ନୂଆପଡ଼ାରୁ ୧୯୧, କଳାହାଣ୍ଡିରୁ ୧୮୮, ମୟୁରଭଞ୍ଜରୁ ୧୬୬, ସମ୍ବଲପୁରରୁ ୧୬୦, କୋରାପୁଟରୁ ୧୫୯, ଯାଜପୁରରୁ ୧୫୨ ଓ କେନ୍ଦୁଝରରୁ ୧୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବରଗଡ଼ରୁ ୧୩୪ , ରାୟଗଡ଼ାରୁ ୧୩୧, ଜଗତସିଂହପୁରରୁ ୧୨୯, କନ୍ଧମାଳରୁ ୧୨୩, ନବରଙ୍ଗପୁରରୁ ୧୧୭, ଅନୁଗୁଳରୁ ୧୦୯, ପୁରୀରୁ ୧୦୬, ଭଦ୍ରକରୁ ୧୦୦, ଗଜପତିରୁ ୯୯, ବୌଦ୍ଧରୁ ୯୮, କେନ୍ଦ୍ରାପଡ଼ାରୁ ୮୪, ମାଲକାନଗିରିରୁ ୬୭, ଝାରସୁଗୁଡାରୁ ୪୫ ଓ ଢେଙ୍କାନାଳରୁ ୩୭ ଜଣ ଅଛନ୍ତି। ଗଂଜାମରୁ ୩୪ ଏବଂ ଦେବଗଡ଼ରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮କୁ ବୃଦ୍ଧି ପାଇଛି। ଗତକାଲି ୧୦ ହଜାର ୨୪୪ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏବେ ରାଜ୍ୟରେ ୭୪ ହଜାର ୫୧୨ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Comments are closed.