ରାଜ୍ୟରେ ଆଜି ପୁଣି ସୁସ୍ଥ ହେଲେ ୭୭କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୪୨୪୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୩୪୨୪୩କୁ ବୃଦ୍ଧି ପାଇଛି। ବରଗଡ଼ ଜିଲାରେ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୯, ମୟୂରଭଞ୍ଜ ୭, ନୂଆପଡ଼ା ୬, ସମ୍ବଲପୁର ୬, ବାଲେଶ୍ବର ୫, ବଲାଙ୍ଗିର ୫, ଯାଜପୁର ୫, ସୁନ୍ଦରଗଡ଼ ୫, ଝାରସୁଗୁଡ଼ା ୩, ପୁରୀ ୩, ଢେଙ୍କାନାଳ ୨, ସୋନପୁର ୨ ସମେତ ଅନୁଗୁଳ, କଟକ, କଳାହାଣ୍ଡି, ନୟାଗଡ଼ ଓ ଷ୍ଟେଟ୍‌ ପୁଲ୍‌ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.