ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୬୪୮୮ଜଣ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୦୪୦୬୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୬୪୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ୪୦୪୦୬୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୭୮୬, ନୂଆପଡ଼ା ୫୧୪, କଳାହାଣ୍ଡି ୩୫୮, କଟକ ୩୩୬, ଯାଜପୁର ୩୨୦, ନବରଙ୍ଗପୁର ୨୯୪, ଝାରସୁଗୁଡ଼ା ୨୮୩, ବରଗଡ଼ ୨୮୨, ବଲାଙ୍ଗିର ୧୮୯, ଷ୍ଟେଟ୍‌ପୁଲ ୨୬୪ ପୁରୀ ୧୭୯, ସମ୍ବଲପୁର ୧୭୪, ମୟୂରଭଞ୍ଜ ୧୫୮, କେନ୍ଦୁଝର ୧୫୦, ରାୟଗଡ଼ା ୧୦୯, ଗଜପତି ୯୩, ନୟାଗଡ଼ ୯୩, ଜଗତସିଂହପୁର ୮୧, ସୋନପୁର ୭୫, କୋରାପୁଟ ୬୦, ବାଲେଶ୍ବର ୫୩, ଅନୁଗୁଳ ୫୨, କେନ୍ଦ୍ରାପଡ଼ା ୪୬, ଭଦ୍ରକ ୪୧, ଢେଙ୍କାନାଳ ୩୪, ଦେବଗଡ଼ ୨୭, କନ୍ଧମାଳ ୨୬, ମାଲକାନଗିରି ୨୬ ଓ ବୌଦ୍ଧରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୦୨,୨୭,୩୨୧ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୪,୭୧, ୫୩୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୯୭, ୫୭୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୨୦୭୩ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟ ୭୧,୮୩୫ ରହିଛି। ୭୧,୮୩୫ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି।

Comments are closed.