୨୪ ଘଣ୍ଟାରେ ରାଜ୍ୟରେ ୮୩୮୬ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୭୮୨ ସଙ୍ଗରୋଧରୁ ଏବଂ ୩୬୦୫ ଜଣ ସ୍ଥାନୀୟ ଅଂଚଳର ରହିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮ ଓ ବଲାଙ୍ଗୀରରୁ ୩୫୮ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୪୭, ଷ୍ଟେଟ ପୁଲରୁ ୩୪୮, ସମ୍ବଲପୁରରୁ ୩୦୭, ମୟୁରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡାରୁ ୨୩୩, ଗଂଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, କଳାହାଣ୍ଡିରୁ ୧୨୬, ନୟାଗଡ଼ରୁ ୧୨୨, ଗଜପତିରୁ ୯୬ ଓ ରାୟଗଡ଼ାରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୫୫ ହଜାର ୨୪୫ ଜଣ କରୋନା ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଥିବା ବେଳେ ୩ ଲକ୍ଷ ୭୧ ହଜାର ୨୦୦ ଜଣ ସୁସ୍ଥ ହୋଇଛନ୍ତି।

Comments are closed.