ରାଜ୍ୟରେ ଆଜି ୧୮୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯୦

ରାଜ୍ୟରେ ଆଜି ୧୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୬୨ ଓ ସ୍ଥାନୀୟ ଅଂଚଳରୁ ୭୭୧ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯୬୭୫୪୮କୁ ବୃଦ୍ଧି ପାଇଛି।

ନୂଆ ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ଜଣ ଥିବା ବେଳେ କଟକରୁ ୨୪୩, ପୁରୀରୁ ୧୩୯, ବାଲେଶ୍ୱରରୁ ୧୨୯, ଯାଜପୁରରୁ ୧୧୦, ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୮୯, କେନ୍ଦ୍ରାପଡ଼ାରୁ ୮୭, ଅନୁଗୁଳରୁ ୭୭, ଜଗତସିଂହପୁରରୁ ୬୧, ମୟୁରଭଞ୍ଜରୁ ୫୯, ସୁନ୍ଦରଗଡ଼ରୁ ୪୭, ନୟାଗଡ଼ରୁ ୨୮, କେନ୍ଦୁଝରରୁ ୨୪, ସମ୍ବଲପୁରରୁ ୨୩, ମାଲକାନଗିରିରୁ ୧୯, ଗଜପତିରୁ ୧୬, ଢେଙ୍କାନାଳରୁ ୧୩, ରାୟଗଡାରୁ ୧୧, ବରଗଡ଼ରୁ ୧୦, ସୋନପୁରରୁ ୧୦, ଗଂଜାମରୁ ୯, କୋରାପୁଟରୁ ୯, ଝାରସୁଗୁଡ଼ାରୁ ୮, କନ୍ଧମାଳରୁ ୮, ନବରଙ୍ଗପୁରରୁ ୬, ଦେଓଗଡ଼ରୁ ୬, କଳାହାଣ୍ଡିରୁ ୬, ବଲାଙ୍ଗୀରରୁ ୨ ଓ ଷ୍ଟେଟପୁଲରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୯୬୭୫୪୮କୁ ବୃଦ୍ଧି ପାଇଥିବା ବେଳେ ୯୪୩୦୬୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ୧୮୯୧୪ ଜଣ ସକ୍ରିୟ ଚିକିତ୍ସାଧୀନ ରହିଛନ୍ତି।

Comments are closed.