ଆଜି ରାଜ୍ୟରୁ ୧୫୨୮କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୫୨୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ୯୪୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୮୦ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ସୋମବାର ଚିହ୍ନଟ ୧୫୨୮ଆକ୍ରାନ୍ତଙ୍କ ମିଶାଇ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୪୫୫ରେ ପହଞ୍ଚିଛି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮, ବାଲେଶ୍ୱର ୪୩, ବରଗଡ଼ ୧୦, ଭଦ୍ରକ ୭୦, ବଲାଙ୍ଗୀର ୫୯, ବୌଦ୍ଧ ୭, କଟକ ୭୨, ଢେଙ୍କାନାଳ ୧୦୭, ଗଜପତି ୩୧, ଗଞ୍ଜାମ ୨୩୩, ଜଗତସିଂହପୁର ୨୨, ଯାଜପୁର ୩୩, ଝାରସୁଗୁଡ଼ା ୯, କଳାହାଣ୍ଡି ୩୧, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୭, କେନ୍ଦୁଝର ୫, ଖୋର୍ଦ୍ଧା ୨୧୮, କୋରାପୁଟ ୬୭, ମାଲକାନଗିରି ୩୮, ମୟୁରଭଞ୍ଜ ୨୨, ନବରଙ୍ଗପୁର ୨୩, ନୟାଗଡ଼ ୩୨, ନୂଆପଡ଼ା ୨, ପୁରୀ ୨୬, ରାୟଗଡ଼ା ୨୭, ସମ୍ବଲପୁର ୧୬୮, ସୋନପୁର ୫, ସୁନ୍ଦରଗଡ଼ ୧୨୬ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭୮୪ ଜଣ ସୁସ୍ଥ ହୋଇଥିବା ବେଳେ ୧୫୩୩୪ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି।

Comments are closed.