ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟାର ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ୮ ଜଣଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁସ୍ଥା ୧୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରେ ସୁସ୍ଥ ହୋଇଥିବା ୮ ଜଣଙ୍କ ମଧ୍ୟରୁ ଯାଜପୁର ଜିଲାରୁ ୪ ଜଣ ରହିଥିବା ବେଳେ ଭଦ୍ରକରୁ ୨, ବାଲେଶ୍ଵରରୁ ୧ ଓ କେନ୍ଦୁଝରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ସୂଚନାଯୋଗ୍ୟ  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.