ଓଡ଼ିଶା କରୋନା ଅପଡେଟ୍ : ଜାଣନ୍ତୁ କେଉଁ ଜିଲାରୁ କେତେ ଆକ୍ରାନ୍ତ

ସମାଜ ପୋର୍ଟାଲ ଡେସ୍କ : ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏକ ସମୟରେ ଦୁଇ ଅଙ୍କରେ ଥିବା ସଂଖ୍ୟା ବର୍ତ୍ତମାନ ତିନି ଅଙ୍କରେ ପହଞ୍ଚି ସାରିଛି । ଏହାରି ମଧ୍ୟରେ ଗତକିଛି ଦିନ ହେବ ପ୍ରତିଦିନ ନୂଆ ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ରାଜ୍ୟର ଚିନ୍ତା ବଢାଇଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ୧୪ ଦିନର କ୍ବାରେଣ୍ଟାଇନରେ ରହିଲାପରେ ମଧ୍ୟ ଲକ୍ଷଣ ଜଣାପଡୁନାହିଁ ହେଲେ ରକ୍ତ ନମୂନା ପରୀକ୍ଷାରେ କରୋନା ପଜିଟିଭି ଜଣାପଡୁଛି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହସହ ରାଜ୍ୟରେ ଏପର୍ଯ୍ୟନ୍ତ ୨୬ ହଜାର ୬୮୭ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ କରୋନା ପଜିଟିଭଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

କେଉଁ ଜିଲାରୁ କେତେ ଆକ୍ରାନ୍ତ

ଖୋର୍ଦ୍ଧା ୪୬ ( ସକ୍ରିୟ ରୋଗୀ ୨୦, ୨୫ ସୁସ୍ଥ,୧ ମୃତ)

ଯାଜପୁର ୧୯(ସକ୍ରିୟ ରୋଗୀ ୧୮, ଜଣେ ସୁସ୍ଥ)

ଭଦ୍ରକ ୧୯ (ସକ୍ରିୟ ରୋଗୀ ୧୭, ଦୁଇ ସୁସ୍ଥ)

ବାଲେଶ୍ଵର ୧୬ ( ସକ୍ରିୟ ରୋଗୀ ୧୬)

ସୁନ୍ଦରଗଡ ୧୦ (ସକ୍ରିୟ ରୋଗୀ ୭, ୩ ସୁସ୍ଥ)

କେନ୍ଦ୍ରାପଡା ୨ (ସକ୍ରିୟ ରୋଗୀ ୧, ସୁସ୍ଥ ୧)

କୋରାପୁଟ ୧ (ସକ୍ରିୟ ରୋଗୀ ୧)

କଳାହାଣ୍ଡି ୨( ଦୁଇ ସୁସ୍ଥ)

କଟକ ୦୧ (ସୁସ୍ଥ ୧)

ଢ଼େଙ୍କାନାଳ ୦୧ (ସୁସ୍ଥ ୧)

ପୁରୀ ୦୧ ( ସୁସ୍ଥ ୧)

Comments are closed.