ଟିକା ନେଲେ ୩.୧୬ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ହାର ବଢ଼ି ଚାଲିଛି। ଶୁକ୍ରବାର ୩୩୯୮ଟି କେନ୍ଦ୍ରରେ ୩ଲକ୍ଷ ୧୬ହଜାର ୬୫୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୫ କୋଟି ୧୯ ଲକ୍ଷ ୮୪ ହଜାର ୯୪୬ରେ ପହଞ୍ଚିଛି। ଆଜି ୧୫ରୁ ୧୮ବର୍ଷର ୮୧ହଜାର ୫୦୪ କିଶୋର ପ୍ରଥମ ପାନ ଟିକା ନେବା ପରେ ସେମାନଙ୍କ ସଂଖ୍ୟା ୪ଲକ୍ଷ ୨୩ହଜାର ୭୩୬ରେ ପହଞ୍ଚିଛି। ଇତିମଧ୍ୟରେ ରାଜ୍ୟରେ ୯୧ ପ୍ରତିଶତ ଲୋକ ପ୍ରଥମ ପାନ ଟିକା ନେଇଥିବାବେଳେ ୯୦ପ୍ରତିଶତ ଏହାର ଦ୍ବିତୀୟପାନ ଟିକା ନେଇଥିବା ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ଡା. ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଚଳିତମାସରେ କିଶୋର ବର୍ଗଙ୍କୁ ସମ୍ପୂର୍ଣ୍ଣ ଭାବେ ଟିକାକରଣ କରାଯିବାକୁ ଲକ୍ଷ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଟିକାକେନ୍ଦ୍ର ବଢ଼ାଯାଇଛି। ଟିକାକରଣ ହିଁ କରୋନାର ଗତିପଥକୁ ରୋକିପାରିବ। ଏହାକୁ ଦୃ‌ଷ୍ଟିରେ ରଖି ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

Comments are closed.