ଦିନକରେ ଟିକା ନେଲେ ୨.୩୬ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଟିକାକରଣ ଅଭିଯାନରେ ଶୁକ୍ରବାର ୨୫୯୫ଟି କେନ୍ଦ୍ରରେ ୨ ଲକ୍ଷ ୩୬ ହଜାର ୭୧୦ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୪ କୋଟି ୪୩ ଲକ୍ଷ ୪ ହଜାର ୯୩୨ରେ ପହଞ୍ଚିଛି। ଇତିମଧ୍ୟରେ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ ଶତପ୍ରତିଶତ ପ୍ରଥମ ପାନ ଓ ୯୧ ପ୍ରତିଶତ ଦ୍ବିତୀୟ ପାନ ଟିକା ନେଇଥିବା ବେଳେ କରୋନା ଯୋଦ୍ଧା ୯୯% ପ୍ରଥମ ପାନ ଓ ୯୧ ପ୍ରତିଶତ ପ୍ରଥମ ପାନ ଟିକା ନେଇଛନ୍ତି। ସେହିପରି ୮୧% ଯୁବବର୍ଗ ପ୍ରଥମ ପାନ ଏବଂ ୮୨ % ଦ୍ବିତୀୟ ପାନ ଟିକା ନେଇଥିବା ବେଳେ ୪୫ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଇତି ମଧ୍ୟରେ ୮୯ ପ୍ରତିଶତ ପ୍ରଥମ ପାନ ଓ ୮୬ ପ୍ରତିଶତ ଦ୍ବିତୀୟ ପାନ ଟିକା ନେଇ ସାରିଲେଣି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.