ଆଗରେ ଗଂଜାମ: ରାଜ୍ୟରେ ଟିକା ନେଲେଣି ୩ କୋଟି ୫୩ ଲକ୍ଷ ୭୧ ହଜାର ୫୧୧

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ଶୁକ୍ରବାର ୧୪୭୬ଟି କେନ୍ଦ୍ରରେ ୨ ଲକ୍ଷ ୫୮ ହଜାର ୬୦୯ ହିତାଧିକାରୀ ଟିକା ନେଇଛନ୍ତି। ରାଜ୍ୟର ଟିକାକରଣ ସଂଖ୍ୟା ୩ କୋଟି ୫୩ ଲକ୍ଷ ୭୧ ହଜାର ୫୧୧ରେ ପହଞ୍ଚିଛି। ଏ ପରର୍ଯ୍ୟନ୍ତ ୨ କୋଟି ୪୮ ଲକ୍ଷ ୭୯ ହଜାର ୧୪୦ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୪ ଲକ୍ଷ ୯୨ ହଜାର ୩୭୧ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ୨,୩୮,୪୮୦ ଗର୍ଭବତୀ ଟିକା ନେଇଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପାଖରେ ପ୍ରାୟ ୩୦ଲକ୍ଷ ପାନ ଟିକା ରହିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୧ କୋଟି ୭୯ ଲକ୍ଷ ୩ ହଜାର ୨୪୬ ଜଣ ପୁରୁଷ ଓ ୧ କୋଟି ୭୪ ଲକ୍ଷ ୬୦ ହଜାର ୧୨୧ ଜଣ ମହିଳା ଏହି ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩ କୋଟି ୯ ଲକ୍ଷ ୫୬ ହଜାର ୨୮୧ ଜଣ କୋଭିସୀଲଡ଼ ଏବଂ ୪୪ ଲକ୍ଷ ୯ ହଜାର ୩୮୩ ଜଣ କୋଭାକସିନ ଟିକା ନେଇଛନ୍ତି। ସେହିପରି ୧୮-୪୪ ବୟସ ବର୍ଗରେ ୧ କୋଟି ୯୦ ଲକ୍ଷ ୪୨ ହଜାର ୧୭୦ ଜଣ, ୪୫-୬୦ ବୟସ ବର୍ଗରେ ୯୯ ଲକ୍ଷ ୨୯ ହଜାର ଓ ୬୦ରୁ ଉର୍ଦ୍ଧ୍ବ ବୟସର ୬୪ ଲକ୍ଷ ୩୪୧ ଜଣ ଟିକା ନେଇଛନ୍ତି।

ଗଂଜାମ ଜିଲ୍ଲାରେ ସର୍ବାଧିକ ୨୧ ଲକ୍ଷ ୮୨ ହଜାର ୯୬୦ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧୫ ଲକ୍ଷ ୬୪ ହଜାର ୩୭୭ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୨ ଲକ୍ଷ ୨୨ ହଜାର ୧୯୨ ଜଣ ପ୍ରଥମ ଓ ୫୮ ହଜାର ୫୩୨ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି।

Comments are closed.