ରାଜ୍ୟରେ ଆଜି ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ୨୪୭୪

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ ଶୁକ୍ରବାର ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୪ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୧୨୦ ଜଣଙ୍କ ମଧ୍ୟରୁ ଗଂଜାମରୁ ୩୦, ଖୋର୍ଦ୍ଧାରୁ ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗିରରୁ ୧୨, ଢେଙ୍କାନାଳରୁ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ, ଅନୁଗୁଳରୁ ୬, କେନ୍ଦୁଝରରୁ ୫, ଜଗତସିଂହପୁର ଓ ପୁରୀରୁ ୪ ଜଣ ଲେଖାଏଁ ଏବଂ ଦେଓଗଡ଼, କେନ୍ଦ୍ରାପଡା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ୧ଲକ୍ଷ ୯୨ ହଜାର ୫୭୬ ନମୁନା ପରିକ୍ଷଣ ହୋଇଥିବା ବେଳେ ୩ ହଜାର ୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି ଏବଂ ୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୧୦୧୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚକିତ୍ସିତ ହେଉଛନ୍ତି।

Comments are closed.