ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କିଛି ସମୟ ପୂର୍ବରୁ ଯାଜପୁରରୁ ଦୁଇ ଜଣ ଚିହ୍ନଟ ହୋଇଥିବା​‌ ବେଳେ ପୁଣି ବର୍ତ୍ତମାନ ଜଣେ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ବୀରରାଜପୁରର ଜଣେ ୫୫ ବର୍ଷୀୟ ପୁରୁଷ ସେ ନିକଟରେ କୋଲକାତାରୁ ଫେରିଥିଲେ । ସେହିଭଳି କଟିକଟା ଅଞ୍ଚଳର ୭୫ବର୍ଷୀୟ ମହିଳା ଯିଏକି କୋଲକାତା ଫେରନ୍ତାଙ୍କ ସହ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦୁଇ ଜଣଯାକ ପଜିଟିଭ୍ କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ଚିହ୍ନଟ ହୋଇଥିବା କରୋନା ପଜିଟିଭ ଯାଜପୁରର ବେହେରାପାଟଣା ଅଞ୍ଚଳର ୩୦ ବର୍ଷିୟ ପୁରୁଷ ହୋଇଥିବା ସୂଚନା ମିଳିଛି । ଏହି ବ୍ୟକ୍ତି ଜଣଙ୍କ ନିକଟରେ କୋଲକାତାରୁ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comments are closed.