ରାଜ୍ୟରେ ନୂଆ ୬୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୩୧ ସକ୍ରିୟ

ଡେସ୍କ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରୁ ୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷ ବୟସ ମଧ୍ୟରେ ୧୨ ଜଣ ରହିଥିବା ବେଳେ ୧୮ ବର୍ଷରୁ ଉର୍ଦ୍ଧ୍ଵ ୫୦ ଜଣ ଅଛନ୍ତି। ସଂଗରୋଧରେ ୪୦ ଓ ସ୍ଥାନୀୟ ଅଂଚଳରୁ ୨୮ ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୨୫୯କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତଂକ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୪ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୧୧, କଟକରୁ ୬, ସମ୍ବଲପୁରରୁ ୩ ଓ ବାଲେଶ୍ୱର, ଦେଓଗଡ଼, ଯାଜପୁର, କୋରାପୁଟ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଷ୍ଟେଟପୁଲରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ସଂଖ୍ୟା ୧୨୭୯୬୪୯କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୪୩୧ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Comments are closed.