ରାଜ୍ୟରେ ୪ଶହ ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଶହ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪ଶହ ୨୪ ଆକ୍ରାନ୍ତ । ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୭୫ଜଣ କରୋନା ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୭୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୫ ଷ୍ଟେଟପୁଲରୁ ୪୦, ସୁନ୍ଦରଗଡ଼ରୁ ୩୮, ଝାରସୁଗୁଡା ଓ ସମ୍ବଲପୁରରୁ ୧୫ ଜଣ ଲେଖାଏଁ ଏବଂ କେନ୍ଦୁଝରଓ ପୁରୀରୁ ୧୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବରଗଡ଼ରୁ ୧୦, ଯାଜପୁରରୁ ୯, ବାଲେଶ୍ୱର, ଜଗତସିଂହପୁର ଓ ମୟୁରଭଞ୍ଜରୁ ୮ ଜଣ ଲେଖାଏଁ, ନବରଙ୍ଗପୁରରୁ ୭ ଓ ଗଂଜାମ ଏବଂ ରାୟଗଡାରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୧୫୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନାରେ ୧୦ଲକ୍ଷ ୫୫ହଜାର ୫୫୬ଜଣ ସଂକ୍ରମିତ ହୋଇଥିବା ବଳେ ସୁସ୍ଥ ହେଲେଣି ମୋଟ୍ ୧୦ଲକ୍ଷ ୪୪ହଜାର ୯୬୨ ଆକ୍ରାନ୍ତ । ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨ହଜାର ୭୮ ।

Comments are closed.