୧୧ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ମଧ୍ୟ ରାଜ୍ୟରେ ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଆଜି ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୫୧୨, କଟକରୁ ୧୦୫୨, ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ବରଗଡ଼ରୁ ୪୨୮, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଂଜାମରୁ ୩୪୧, ଯାଜପୁରରୁ ୩୦୨, ଷ୍ଟେଟ ପୁଲରୁ ୩୦୨, ନୂଆପଡ଼ାରୁ ୨୮୬, ବାଲେଶ୍ୱରରୁ ୨୬୦ ଓ କେନ୍ଦୁଝରରୁ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସୁବର୍ଣ୍ଣପୁରରୁ ୨୧୦, ନୟାଗଡ଼ରୁ ୨୦୪, ବୌଦ୍ଧରୁ ୧୭୮, ଢେଙ୍କାନାଳରୁ ୧୭୭, ମୟୁରଭଞ୍ଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୪୫, ରାୟଗଡ଼ାରୁ ୧୩୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେବଗଡ଼ରୁ ୧୧୫, ଗଜପତିରୁ ୧୦୫ ଓ କନ୍ଧମାଳରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.