ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ଆଜି ୧୦,୪୧୩ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଆଜି ୧୦ ହଜାର ୪୧୩ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମଣ ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି। ସଙ୍କ୍ରମିତଙ୍କ ମଧ୍ୟରେ ୫୮୮୭ ଜଣ ସଙ୍ଗରୋଧରୁ ଓ ୪୫୨୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୯୬ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ ୫୧୧, ଝାରସୁଗୁଡ଼ାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬, ଷ୍ଟେଟପୁଲରୁ ୩୬୦, ଯାଜପୁରରୁ ୩୩୨, ମୟୁରଭଞ୍ଜରୁ ୨୪୭, ଜଗତସିଂହପୁରରୁ ୨୪୧, ଗଂଜାମରୁ ୨୩୨, ନୟାଗଡ଼ରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡ଼ାରୁ ୨୦୦, ବଲାଙ୍ଗୀର ୧୬୦, ଗଜପତିରୁ ୧୫୬, ସୋନପୁରରୁ ୧୩୦, କେନ୍ଦୁଝରରୁ ୧୨୬, ବାଲେଶ୍ୱରରୁ ୧୨୪ ଓ ଦେଓଗଡ଼ରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ବୌଦ୍ଧରୁ ୮୭, କେନ୍ଦ୍ରାପଡ଼ାରୁ ୭୭, କୋରାପୁଟରୁ ୬୮, କନ୍ଧମାଳରୁ ୫୫, ମାଲକାନଗିରିରୁ ୫୪ ଓ ଢେଙ୍କାନାଳରୁ ୪୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୬୭ ହଜାର ୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏବେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାର ୪୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧ ଲକ୍ଷ ୩୪ ହଜାର ୧୧୮ ନମୁନା ପରୀକ୍ଷା କରାଯାଇଛି।
Covid-19 Report For 30th April
New Positive Cases: 10413
In quarantine: 5887
Local contacts: 4526(Details of local contacts will be shared by concerned Dist Administration)
District Wise Cases:
1. Angul: 392
2. Balasore: 124
3. Bargarh: 511
4. Bhadrak: 201— I & PR Department, Odisha (@IPR_Odisha) May 1, 2021
Comments are closed.