ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ, ପୁଣି ୨୯୦ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ କରିଛି। ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୧ ଓ ସ୍ଥାନୀୟ ଅଂଚଳରୁ ୧୧୯ ଜଣ ଅଛନ୍ତି।

ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ଜଣ ରହିଥିବା ବେଳେ ନୂଆପଡ଼ାରୁ ୪୦, ଝାରସୁଗୁଡ଼ାରୁ ୨୧, କଟକରୁ ୧୬, ସୁନ୍ଦରଗଡ଼ରୁ ୧୪, ବରଗଡ଼ରୁ ୧୫, ସମ୍ବଲପୁରରୁ ୧୧, ଅନୁଗୁଳ ଓ ମୟୁରଭଞ୍ଜରୁ ୧୦ ଜଣ ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଓ ବଲାଙ୍ଗୀରରୁ ୯ ଜଣ ଲେଖାଏଁ, ଗଞ୍ଜାମରୁ ୭, ପୁରୀ, ବାଲେଶ୍ୱର ଓ ଭଦ୍ରକରୁ ୬ ଜଣ ଲେଖାଏଁ, ଯାଜପୁରରୁ ୫, ଜଗତସିଂହପୁରରୁ ୩, କୋରାପୁଟ ଓ ସୋନପୁରରୁ ୨ ଏବଂ ଦେଓଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଷ୍ଟେଟ ପୁଲ୍‌ରୁ ୧୬ଜଣ ରହିଛନ୍ତି।

ଏବେସୁଦ୍ଧା ରାଜ୍ୟରେ ୧୬୫୦ ଜଣ ସକ୍ରିୟ ଚିକିତ୍ସାଧୀନ ଥିବା ବେଳେ ୩ ଲକ୍ଷ ୩୬ ହଜାର ୫୭୧ଜଣ ସୁସ୍ଥ ହୋଇଛନ୍ତି।

Comments are closed.