ରାଜ୍ୟରେ ନୂଆ ୧୪୮୦ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫କୁ ବୃଦ୍ଧି

ରାଜ୍ୟରେ ଆଜି ନୂଆ ୧୪୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫କୁ ବୃଦ୍ଧି ପାଇଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୬୨୨ ଏବଂ ସଙ୍ଗରୋଧରୁ ୮୫୮ ଜଣ ରହିଛନ୍ତି। ଅନୁଗୁଳରୁ ସର୍ବାଧିକ ୧୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜରୁ ୧୧୩, ଖୋର୍ଦ୍ଧାରୁ ୧୧୦, କଟକରୁ ୧୦୬, ସୁନ୍ଦରଗଡ଼ରୁ ୯୦, କେନ୍ଦୁଝରରୁ ୮୭, ବାଲେଶ୍ୱରରୁ ୮୪, ଜଗତସିଂହପୁରରୁ ୭୨, ଯାଜପୁରରୁ ୫୬, କେନ୍ଦ୍ରାପଡ଼ାରୁ ୫୧, ଝାରସୁଗୁଡ଼ାରୁ ୫୦, ବରଗଡ଼ରୁ ୪୯, ପୁରୀରୁ ୪୭, ବଲାଙ୍ଗୀର ଏବଂ ନୂଆପଡ଼ାରୁ ୪୪ ଜଣ ଲେଖାଏଁ, ନବରଂଗପୁରରୁ ୪୦, କୋରାପୁଟରୁ ୩୯ ଏବଂ ସମ୍ବଲପୁରରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ନୟାଗଡ଼ରୁ ୨୮, ଢେଙ୍କାନାଳରୁ ୨୫, ଭଦ୍ରକ ଓ କଳାହାଣ୍ଡିରୁ ୨୪ ଜଣ ଲେଖାଏଁ, ମାଲକାନଗିରିରୁ ୨୩, ଗଂଜାମରୁ ୨୦, ସୋନପୁରରୁ ୧୪, ବୌଦ୍ଧରୁ ୧୨, ଦେବଗଡ଼ରୁ ୧୧, ରାୟଗଡ଼ାରୁ ୮, କନ୍ଧମାଳରୁ ୭, ଗଜପତିରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ୪୩ ଲକ୍ଷ ୫୪ ହଜାର ୯୫୬ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ୨ ହଜାର ୭୧ ଜଣ ସୁସ୍ଥ ହେବା ପରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୨୮୧କୁ ହ୍ରାସ ପାଇଛି।

Comments
Loading...