ରାଜ୍ୟରୁ ଆଉ ୩୨୧୯ କରୋନା ପଜିଟିଭ୍ ଚିହ୍ନଟ : ଖୋର୍ଦ୍ଧାରୁ ୭୦୦ ପାର୍, କଟକରୁ ୪୦୦ ‌

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୨୮୮ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୧ ଜଣ ରହିଥିବା ବେଳେ କଟକରୁ ୪୦୦ ,ଗଞ୍ଜାମରୁ ୧୬୯,କେନ୍ଦ୍ରାପଡାରୁ ୫୭,ବାଲେଶ୍ବରରୁ ୧୯୪,କୋରାପୁଟରୁ ୯୦,ନୟାଗଡରୁ ୬୨, ମାଲକାନଗିରିରୁ ୧୩,ମୟୁରଭଞ୍ଜରୁ ୧୩୭,ସମ୍ବଲପୁରରୁ ୭୮,ବରଗଡରୁ ୧୮୫,ବଲାଙ୍ଗୀରରୁ ୧୦,ଭଦ୍ରକରୁ ୮୭,ଅନୁଗୁଳରୁ ୬୬,ବୋଦ୍ଧରୁ ୩୬,ଢେଙ୍କାନାଳରୁ ୩୭,ଗଜପତିରୁ ୨୭,ଜଗତସିଂପୁରରୁ ୬୦,ଯାଜପୁରରୁ ୧୧୭,ଝାରସୁଗୁଡାରୁ ୬୦,କଳାହାଣ୍ଡିରୁ ୩୭,କନ୍ଧମାଳରୁ ୩୨,କେନ୍ଦୁଝରରୁ ୧୦୨,ନବରଙ୍ଗପୁରରୁ ୫୫,ପୁରୀରୁ ୨୧୭,ରାୟଗଡାରୁ ୨୫,ସୋନପୁରରୁ ୨୬,ସୁନ୍ଦରଗଡରୁ ୬୦ ଜଣ ରହିଛନ୍ତି।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୮ ଲକ୍ଷ ୯୧ ହଜାର ୯୯ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୯ ହଜାର ୭୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ହଜାର ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ ୫୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୮ ହଜାର ୪୪୩ ଜଣ ଚିକିତ୍ସିତ ହେଉଛନ୍ତି।

Comments are closed.