ଆଉ ୫୮ ଜଣ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୩୫୨ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ଆଜି ଦିନକରେ ରାଜ୍ୟରେ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଓଡ଼ିଶାର ଏକ ନୂଆ ଜିଲା ଅନୁଗୁଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲାରୁ ଆଜି ୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୫୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ୨୯, ବାଲେଶ୍ୱରରେ ୧୫ ଓ ମୟୂରଭଞ୍ଚରେ ୧ ଓ ଅନୁଗୁଳରେ ପ୍ରଥମଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହାଇଛନ୍ତି ।

ସୂଚନାଯୋଗ୍ୟ  ବର୍ତ୍ତମାନ ସୁଦ୍ଧା ଓଡିଶାର ୨୦ଟି ଜିଲରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ୨୦ଟି ଜିଲାରୁ  ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲାରୁ ଦ ୫୫ ଜଣ, ଖୋର୍ଦ୍ଧା ଜିଲାରୁ ୫୦ ଜଣ, ବାଲେଶ୍ୱର ଜିଲାରୁ ୪୨ ଜଣ, ଭଦ୍ରକ ଜିଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲାରୁ ୧୩ ଜଣ, ଅନୁଗୁଳ ଜିଲାରୁ ୧୩ ଜଣ କେନ୍ଦ୍ରାପଡ଼ା ଜିଲାରୁ ୮ ଜଣ, ଜଗତସିଂହପୁର ଜିଲାରୁ ୫ ଜଣ, ମୟୂରଭଞ୍ଜ ଜିଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲାରୁ ୨-୨ ଜଣ, ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ୩୫୨ ଜଣ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ରାଜ୍ୟରେ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ରାଜ୍ୟର ୨୮୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.