ରାଜ୍ୟରେ ଆଜି ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୭

ରାଜ୍ୟରେ ଆଜି ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୯୯ ଓ ସ୍ଥାନୀୟ ଅଞ୍ଚଳରୁ ୩୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୭କୁ ବୃଦ୍ଧି ପାଇଛି। ୩ ଲକ୍ଷ ୧ ହଜାର ୭୭୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୩୬୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪, ଅନୁଗୁଳରୁ ୫୪, ନୂଆପଡା ଓ ମୟୁରଭଞ୍ଜରୁ ୪୬ ଜଣ ଲେଖାଏଁ, ଜଗତସିଂହପୁରରୁ ୪୪, କେନ୍ଦୁଝରରୁ ୩୯, କେନ୍ଦ୍ରାପଡ଼ାରୁ ୩୫, ବଲାଙ୍ଗୀରରୁ ୩୪, ଯାଜପୁରରୁ ୩୧, ପୁରୀରୁ ୨୮, ବରଗଡ଼ ଓ ଝାରସୁଗୁଡ଼ାରୁ ୨୧ ଜଣ ଲେଖାଏଁ, କଳାହାଣ୍ଡିରୁ ୨୦, ବାଲେଶ୍ୱର, ସମ୍ବଲପୁର ଓ ଢେଙ୍କାନାଳରୁ ୧୮ ଜଣ ଲେଖାଏଁ, ଭଦ୍ରକରୁ ୧୩, କୋରାପୁଟ ଓ ମାଲକାନଗିରିରୁ ୧୨ ଜଣ ଲେଖାଏଁ, ଗଂଜାମରୁ ୧୧, ଦେଓଗଡ଼ ଓ ରାୟଗଡ଼ାରୁ ୭ ଜଣ ଲେଖାଏଁ, କନ୍ଧମାଳ ଓ ସୋନପୁରରୁ ୬ ଜଣ ଲେଖାଏଁ, ଗଜପତି ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ବୌଦ୍ଧରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୫୪ ଲକ୍ଷ ୨୪ ହଜାର ୭୬୧ଟି କରୋନା ନମୁନା ପରୀକ୍ଷା ହୋଇସାରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

Comments are closed.