ଆଜି ସୁସ୍ଥ ହେଲେ ୮୦୭, ଗଂଜାମରୁ ସର୍ବାଧିକ ୪୩୧

ରାଜ୍ୟରେ ଆଜି ୨୨ଟି ଜିଲ୍ଲାରୁ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୩ଟି ଜିଲ୍ଲାରୁ ୮୦୭ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଛି। ଗଂଜାମରୁ ସର୍ବାଧିକ ୪୩୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୬୨, ରାୟଗଡ଼ାରୁ ୪୭, ଗଜପତିରୁ ୩୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ କେନ୍ଦୁଝରରୁ ୨୯, ସୁନ୍ଦରଗଡ଼ରୁ ୨୪, ନୟାଗଡ଼ରୁ ୨୩, ଯାଜପୁରରୁ ୨୧, କନ୍ଧମାଳରୁ ୧୯, ବାଲେଶ୍ୱର, କେନ୍ଦ୍ରାପଡା ଓ ମୟୁରଭଞ୍ଜରୁ ୧୪ ଜଣ ଲେଖାଏଁ, ଭଦ୍ରକରୁ ୧୩, ଖୋର୍ଦ୍ଧାରୁ ୧୨, ବରଗଡ଼ରୁ ୧୧, ମାଲକାନଗିରିରୁ ୧୦, ବଲାଙ୍ଗୀର ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬, ଢେଙ୍କାନାଳରୁ ୪, ଅନୁଗୁଳରୁ ୩ ଏବଂ କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comments
Loading...