ପୁଣି ରେକର୍ଡ : ୧୨ ହଜାର ୫୨୩ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୨

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ରେକର୍ଡ ସଂଖ୍ୟକ ଆଉ ୧୨ ହଜାର ୫୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ରେ ପହଞ୍ଚିଛି। ସଂଗରୋଧରୁ ୭୦୧୨ ଓ ସ୍ଥାନୀୟ ଅଞ୍ଚଳରୁ ୫୫୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୪୨ ଓ କଟକରୁ ୧୦୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୯୩୦, ବାଲେଶ୍ୱର ୫୧୦, ବରଗଡ ୩୧୫, ଭଦ୍ରକ ୧୭୭, ବଲାଙ୍ଗୀର ୨୯୬, ବୌଦ୍ଧ ୩୬୫ ଏବଂ ଦେବଗଡରୁ ୧୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡାରୁ ୩୭୩, କଳାହାଣ୍ଡିରୁ ୪୯୧ ଏବଂ କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୁରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩ ଏବଂ ନୟାଗଡରୁ ୩୧୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ନୂଆପଡାରୁ ୧୨୯, ପୁରୀରୁ ୫୬୮, ରାୟଗଡାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡରୁ ୭୧୫ ଏବଂ ଷ୍ଟେଟପୁଲରୁ ୩୨୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ଗତକାଲି ରାଜ୍ୟରୁ ୯୮୭୦ ଜଣ ସୁସ୍ଥ ହେବା ସହ ଆରୋଗ୍ୟଙ୍କ ସଂଖ୍ୟା ୫ଲକ୍ଷ ୫୬ ହଜାର ୫୦୧ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯ହଜାର ୪୩୮ ରହିଛି।

 

Comments are closed.