ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୧୫ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୮୧୫୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୩୮୧୫୦କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରେ ସର୍ବାଧିକ ୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୨୦, ନୂଆପଡ଼ା ୨୦, କଳାହାଣ୍ଡି ୧୨, ସୁନ୍ଦରଗଡ଼ ୧୨, ଷ୍ଟେଟ୍‌ପୁଲ ୧୨, ସମ୍ବଲପୁର ୧୧, ଝାରସୁଗୁଡ଼ା ୧୦, ମୟୂରଭଞ୍ଜ ୧୦, ବଲାଙ୍ଗିର ୯, ବରଗଡ଼ ୮, ବାଲେଶ୍ବର ୬, ଗଞ୍ଜାମ ୬, ଯାଜପୁର ୫, କେନ୍ଦୁଝର ୫, ପୁରୀ ୫, ବୌଦ୍ଧ ୪, ଜଗତସିଂହପୁର ୪, ଅନୁଗୁଳ ୩, ଢେଙ୍କାନାଳ ୨, କେନ୍ଦ୍ରାପଡ଼ା ୨, କୋରାପୁଟ ୨ ଓ ରାୟଗଡ଼ାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ିଟ୍‌ ଯୋ​‌େ​‌ଗ ସୂଚନା ଦିଆଯାଇଛି।

Comments
Loading...