ଆଜି ସୁସ୍ଥ ହେଲେ ୧୨୫୫, ଆରୋଗ୍ୟ ସଂଖ୍ୟା ୨୫ ହଜାର ୭୩୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାର ୭୩୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୮୫ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡରୁ ୧୨୨, ସମ୍ବଲପୁରରୁ ୧୦୭, ପୁରୀରୁ ୭୫, ମୟୂରଭଞ୍ଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯, କନ୍ଧମାଳରୁ ୨୮, ବାଲେଶ୍ୱରରୁ ୨୭, ବଲାଙ୍ଗୀରରୁ ୨୪, କୋରାପୁଟରୁ ୨୨, ଅନୁଗୋଳରୁ ୨୦, ନବରଙ୍ଗପୁରରୁ ୧୮, ଗଜପତିରୁ ୧୬, ନୟାଗଡ଼ରୁ ୧୪, କେନ୍ଦ୍ରାପଡାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦, କଳାହାଣ୍ଡିରୁ ୮, ନୂଆପଡାରୁ ୬, ଯାଜପୁରରୁୁ ୫, ଢେଙ୍କାନାଳରୁ ୪, ଝାରସୁଗୁଡାରୁ ୩ ଏବଂ କେନ୍ଦୁଝରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.